ତିରୁବନନ୍ତପୁରମ୍: କେରଳରେ ବନ୍ୟା ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ ପି.ବିଜୟନ ଗୁରୁବାର ଜଣାଇଛନ୍ତି ଯେ ରାଜ୍ୟରେ ସମୁଦାୟ ୪୮୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କର କୌଣସି ଖୋଜଖବର ନାହିଁ।
ବନ୍ୟା ବିପର୍ଯ୍ୟାୟ ପରେ ଚର୍ଚ୍ଚା ପାଇଁ ବିଧାନସଭାର ଏକ ବିଶେଷ ଏକ ଦିନିକିଆ ଅଧିବେଶନରେ ବିଜୟନ କହିଛନ୍ତି କି ‘ଶତାବ୍ଦୀର ସବୁଠାରୁ ବଡ଼ ବନ୍ୟା ପ୍ରଭାବରେ ରାଜ୍ୟରେ ଆଶାତୀତ କ୍ଷୟକ୍ଷତି ହୋଇଛି। ଏହି ବନ୍ୟାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ରାଜ୍ୟର ସମୁଦାୟ ୧୪.୫୦ ଲକ୍ଷ ଲୋକ ରିଲିଫ୍ କ୍ୟାମ୍ପରେ ଥିଲେ।
ନୂଆ ରିପୋର୍ଟ ଅନୁଯାୟୀ, ୩୦୫ ରିଲିଫ୍ ଶିବିରରେ ସମୁଦାୟ ୫୯,୨୯୬ ଲୋକ ଏବେକା ପରିସ୍ଥିତିରେ ଆଶ୍ରୟ ନେଇଛନ୍ତି। ୫୭,୦୦୦ ହେକ୍ଟରର କୃଷି ଜମି ନଷ୍ଟ ହୋଇ ଯାଇଛି। କ୍ଷତିର ମାତ୍ରା ରାଜ୍ୟର ବାର୍ଷିକ ବଜେଟରୁ ଅଧିକ ବୋଲି ସୂଚନା ରହିଛି।
ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ହେବାର ସୂଚନା ମିଳିଥିଲା ମାତ୍ର ଏପରି ପରିସ୍ଥିତି ଉପୁଜିବ ବୋଲି ଆଶା ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି। ଅଗଷ୍ଟ ୯ରୁ ୧୫ ତାରିଖ ମଧ୍ୟରେ ୯୮.୫ ମିମିର ବର୍ଷା ହେବ ବୋଲି ପୂର୍ବାନୁମାନ ହୋଇଥିବା ବେଳେ ବାସ୍ତବରେ ବର୍ଷା ୩୫୨.୨ମିମିର ହୋଇଥିଲା ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/images-53.jpg)